ଆକବର

ଉଇକିପିଡ଼ିଆ ରୁ
Jump to navigation Jump to search
ଜଲାଲ ଉଦ୍ଦିନ ମହମ୍ମଦ ଆକବର
ମିର୍ଜା

ତୃତୀୟ ମୋଗଲ ସାମ୍ରାଜ୍ୟ
Predecessor ହୁମାୟୁନ
Successor ଜାହାଙ୍ଗୀର
Regent ବୈରାମ ଖାଁ (୧୫୫୬-୧୫୬୧f)
House Timurid
ଜନ୍ମ ୧୫ ଅକ୍ଟୋବର ୧୫୪୨(1542-10-15)[୧]
ଉମରକୋଟ, Sind
ମୃତ୍ୟ ୨୭ ଅକ୍ଟୋବର ୧୬୦୫ (୬୩ ବର୍ଷ)
ଫତେପୁର ସିକ୍ରି, ଆଗ୍ରା
Burial ସିକନ୍ଦର, ଆଗ୍ରା
ଧର୍ମ ଦିନ-ଇ-ଇଲାହି

ଆକବର(୧୫୫୬-୧୫୬୧) ହୁମାୟୁନଙ୍କ ପୁତ୍ର ଓ ମୋଗଲ ସାମ୍ରାଜ୍ୟର ଜଣେ ସୁଦକ୍ଷ ଶାସକ ଥିଲେ । ଭାରତରେ ମୁସଲମାନ ସମ୍ରାଟଙ୍କ ମଧ୍ୟରେ ଆକବର ସର୍ବାପେକ୍ଷା ଉଦାର ଥିଲେ । ତାଙ୍କ ଶାସନ କାଳରେ ଭାରତରେ ସୁଫୀମତବାଦ ଓ ଭକ୍ତିଧର୍ମର ପ୍ରଭାବରେ ହିନ୍ଦୁମୁସଲମାନମାନେ ପରସ୍ପର ପ୍ରତି ଘୃଣାଭାବ ପରିତ୍ୟାଗ କରିଥିଲେ ।

ଜନ୍ମ ଓ ବାଲ୍ୟଜୀବନ

ଶେର ଶାହ ସୁରୀଙ୍କଦ୍ବାରା ପରାଜିତ ହୋଇ ହୁମାୟୁନ ପଳାୟନ କରୁଥିବା ସମୟରେ ସିନ୍ଧୁପ୍ରଦେଶର ଅମରକୋଟଠାରେ ଆଶ୍ରୟ ପାଇଥିଲେ । ସେଠାରେ ୧୫୪୨ ଖ୍ରୀଷ୍ଟାବ୍ଦରେ ତାଙ୍କର ପୁତ୍ର ଆକବର ଜନ୍ମ ଗ୍ରହଣ କରିଥିଲେ । ଜନ୍ମର ବର୍ଷକ ପରେ ପିତାମାତାଙ୍କ ଠାରୁ ବିଚ୍ଛିନ୍ନ ହୋଇ ପ୍ରାୟ ଦୁଇ ବର୍ଷ କାଳ ଆକବର ତାଙ୍କର ପିତୃବ୍ୟ ଆସ୍କାରୀ ଓ କାମରାନଙ୍କ ପାଖରେ ରହିଥିଲେ । ସେମାନେ ହୁମାୟୁଅନଙ୍କୁ ଆଶ୍ରୟ ନଦେବାରୁ ସେ ପାରସ୍ୟକୁ ପଳେଇଗଲେ । ପାରସ୍ୟ ସମ୍ରାଟଙ୍କ ଠାରୁ ସାହାଯ୍ୟ ପାଇ ହୁମାୟୁନ କାନ୍ଦାହାରକାବୁଲ ଅଧିକାର କଲେ ଏବଂ ୧୫୪୫ରେ ଆକବରଙ୍କୁ ଉଦ୍ଧାର କଲେ । [୨]

ଆକବର ବାଲ୍ୟକାଳରେ ପୁସ୍ତକ ଅଧ୍ୟୟନ ଅପେକ୍ଷା ଅଶ୍ବାରୋହଣ, ଅସ୍ତ୍ରଚାଳନା ପ୍ରଭୃତିରେ ବେଶି ମନଦେଇଥିଲେ । ୧୫୫୧ ଖ୍ରୀଷ୍ଟାବ୍ଦରେ ଆକବର ଗଜନୀର ଶାସକ ନିଯୁକ୍ତି ହେଲେ । ୧୫୫୪ ଖ୍ରୀଷ୍ଟାବ୍ଦରେ ହୁମାୟୁନ ପଞ୍ଜାବ ଅଧିକାର କଲେ ଏବଂ ୧୫୫୫ରେ ଦିଲ୍ଲୀ ଅଧିକାର କଲେ । ସେ ଆକବରଙ୍କୁ ପଞ୍ଜାବର ଶାସନକର୍ତ୍ତା ଓ ବୈରାମ ଖାଁଙ୍କୁ ତାଙ୍କର ଅଭିଭାବକ ନିଯୁକ୍ତି କଲେ । [୩]

୧୫୫୬ ଖ୍ରୀଷ୍ଟାବ୍ଦରେ ହୁମାୟୁନଙ୍କର ମୃତ୍ୟୁ ସମ୍ବାଦ ପାଇ ବୈରାମ ଖାଁଙ୍କ ସାହାଯ୍ୟରେ ଆକବର ପଞ୍ଜାବରେ ଅଭ୍ଷିକ୍ତ ହେଲେ । ସେତେବେଳେ ଭାରତର ରାଜନୈତିକ ଅବସ୍ଥା ଜଟିଳ ଥିଲା । ଶେର ଶାହଙ୍କ ବଂଶର ସୁଲତାନ ଆଦିଲସାହଙ୍କ ମନ୍ତ୍ରୀ ଓ ସେନାପତି ହିମୁ ଖୁବ ପରାକ୍ରମଶାଳୀ ଥିଲେ । ହୁମାୟୁନ ମୃତ୍ୟୁ ଖବର ପାଇ ସେ ବହୁ ସୈନ୍ୟ ନେଇ ଦିଲ୍ଲୀଆଗ୍ରା ଅଧିକାର କଲେ ।

ଦ୍ବିତୀୟ ପାନିପଥ ଯୁଦ୍ଧ..

ଏହି ବିପଦପୂର୍ଣ୍ଣ ସମୟରେ ଆକବର ଓ ବୈରାମ ଖାଁ ଦିଲ୍ଲୀ ଅଧିକାର କରିବା ପାଇଁ ପଞ୍ଜବରୁ ଦିଲ୍ଲୀ ଆଡ଼କୁ ଅଗ୍ରସର ହେଲେ । ହିମୁଙ୍କର ଏକ ବିଶାଳ ସେନା ଥିଲା । ଉଭୟ ପକ୍ଷ ମଧ୍ୟରେ ଇତିହାସ ପ୍ରସିଦ୍ଧ ପାନିପଥ କ୍ଷେତ୍ରରେ ଯୁଦ୍ଧ ହେଲା । ହିମୁଙ୍କର ପ୍ରଚଣ୍ଡ ଆକ୍ରମଣ ଫଳରେ ମୋଗଲ ସେନା ପରାସ୍ତ ହେବାକୁ ଲାଗିଲା । କିନ୍ତୁ ଶତ୍ରୁ ପକ୍ଷର ଏକ ତୀର ହିମୁଙ୍କର ଚକ୍ଷୁରେ ବିଦ୍ଧ ହେବାରୁ ସେ ମୂର୍ଚ୍ଛିତ ହୋଇ ତଳେ ପଡ଼ିଗଲେ । ସେନାପତିଙ୍କର ଏପରି ଦୁର୍ଦ୍ଦଶା ଦେଖି ସୈନ୍ୟମାନେ ପଳାୟନ କଲେ । ମୋଗଲ ମାଏନ୍ ବିଜୟୀ ହେଲେ । ଏହାକୁ ଦ୍ବିତୀୟ ପାନିପଥ ଯୁଦ୍ଧ କୁହାଯାଏ । ଅଜ୍ଞାନ ଅବସ୍ଥାରେ ହିମୁଙ୍କୁ ଆକବରଙ୍କ ସମ୍ମୁଖକୁ ଅଣାଯାଇଥିଲା । କଥିତ ଅଛି, ବୈରାମ ଖାଁ ସେଠାରେ ହିମୁଙ୍କର ଶିରଶ୍ଛେଦ କରିଥିଲେ । [୪]

ସାମ୍ରାଜ୍ୟ ବିସ୍ତାର

ବୈରାମଙ୍କ ସାହାଯ୍ୟରେ ଆକବର ରାଜତ୍ବର ପ୍ରଥମ ଚାରିବର୍ଷରେ ଆଜମୀର, ଗୋଆଲିୟର, ଅଯୋଧ୍ୟା, ଓ ଜୌନପୁରକୁ ମୋଗଲ ସାମ୍ରାଜ୍ୟଭୁକ୍ତ କରିଥିଲେ । ୧୫୬୧ରେ ମାଳବ ଅଧିକାର କରିଥିଲେ । ସେନାପତି ଆସଫ ଖାଁଙ୍କୁ ବହୁ ସୈନ୍ୟସହ ପଠେଇ ଗଦ଼ମଣ୍ଡଳର ରାଣୀ ଦୁର୍ଗାବତୀଙ୍କୁ ପରାସ୍ତ କରି ୧୫୬୪ ଖ୍ରୀଷ୍ଟାବ୍ଦରେ ଆକବର ଗଡ଼ମଣ୍ଡଳ ଅଧିକାର କରିଥିଲେ । ଆତ୍ମ ସମ୍ମାନ ରକ୍ଷା ପାଇଁ ପରାଜୟ ପରେ ଦୁର୍ଗାବତୀ ଆତ୍ମହତ୍ୟା କରିଥିଲେ । [୫]

ଆକବର ଜାଣିଥିଲେ , ରାଜପୁତ ମାନେ ବଡ଼ ସାହସୀ,ଯୁଦ୍ଧପ୍ରିୟ ଓ ସ୍ବଦେଶବତ୍ସଳ । ତେଣୁ ସେ ରାଜପୁତମାନଙ୍କୁ ଉଦାର ନୀତିଦ୍ବାରା ବଶ କରିବା ପାଇଁ ଯତ୍ନକଲେ । ରାଜପୁତମାନେ ଆକବରଙ୍କ ଉଦାରତା ଓ ସଦ୍ଭାବ ଦେଖି ତାଙ୍କ ପ୍ରତି ଅନୁରକ୍ତ ହେଲେ । ଏହି ସୁଯୋଗରେ ଆକବର ରାଜପୁତ ଓ ମୋଗଲମାନଙ୍କ ସହଯୋଗରେ ବିଶାଳ ମୋଗଲ ସାମ୍ରାଜ୍ୟ ଗଠନ କରିବା ପାଇଁ ବ୍ରତୀ ହେଲେ । ୧୫୬୨ ଖ୍ରୀଷ୍ଟାବ୍ଦରେ ଅମ୍ବର ବା ଜୟପୁରର ରାଜା ବିହାରୀମଲ୍ଲ ନିଜର କନ୍ୟାକୁ ଆକବରଙ୍କ ସହିତ ବିବାହ କରାଇ ତାଙ୍କର ବନ୍ଧୁହେଲେ । ସେହି ଦିନଠାରୁ ମୋଗଲ ସମ୍ରାଟମାନଙ୍କର ରାଜପୁତମାନଙ୍କ ସହିତ ବୈବାହିକ ସମ୍ବନ୍ଧ ସ୍ଥାପିତ ହେଲା । ଆକବର ରାଜପୁତ ରାଣୀମାନଙ୍କୁ ମୋଗଲ ଅନ୍ତଃପୁରରେ ସ୍ବାଧୀନଭାବରେ ହିନ୍ଦୁ ଧର୍ମ ପାଳନ କରିବାକୁ ସୁଯୋଗ ଦେଇଥିଲେ । ବିହାରୀମଲ୍ଲ, ତାଙ୍କର ପୁତ୍ର ଭଗବନ ଦାସ ଓ ନାତି ମାନ ସିଂହ ମୋଗଲ ଦରବାରରେ ରାଜକାର୍ଯ୍ୟ କରି ମୋଗଲ ସାମ୍ରାଜ୍ୟର ଅଭିବୃଦ୍ଧି ପାଇଁ ଯଥେଷ୍ଟ ସାହାଯ୍ୟ କରିଥିଲେ ।[୬]

ଆକବରଙ୍କ ରାଜପୁତ ନୀତିଦ୍ବାରା ଅନେକ ରାଜପୁତ ଶାସକ ପ୍ରଭାବିତ ହୋଇଥିଲେ । କିନ୍ତୁ ମିବାରର ରାଜବଂଶ ଆକବରଙ୍କର ବଶତା ସ୍ବୀକାର କଲେ ନାହିଁ । ସେତେବେଳେ ରାଣା ସଂଗ୍ରାମ ସିଂହଙ୍କର ପୁତ୍ର ଉଦୟ ସିଂହ ମିବାରର ରାଣା ଥିଲେ । ଆକବର ୧୫୬୭ ଖ୍ରୀଷ୍ଟାବ୍ଦରେ ମିବାରର ରାଜଧାନୀ ଚିତୋର ଆକ୍ରମଣ କଲେ । ଉଦୟ ସିଂହ ପଳାୟନ କଲେ । କିନ୍ତୁ ରାଜପୁତ ମାନେ ଜୟମଲ୍ଲ ଓ ପୁତ୍ତା ନାମକ ଦୁଇଜଣ ବୀରଙ୍କ ନେତୃତ୍ତ୍ବରେ ଚିତୋର ରକ୍ଷାପାଇଁ ପ୍ରାଣପଣେ ଯୁଦ୍ଧକରିଥିଲେ । ସେ ଦୁଇଜଣଙ୍କ ମୃତ୍ୟୁପରେ ଚିତୋରର ପତ୍ତନ ହେଲା । ଏହା ପରେ ରନ୍ଥମ୍ବର, କାଲିଞ୍ଜର, ବିକାନେର, ଜେସଲମେରର ରାଜପୁତ ରାଜାମନେ ଆକବରଙ୍କର ଅନୁଗତ୍ୟ ସ୍ବୀକାର କରିଥିଲେ ।

ଧର୍ମ ବିଶ୍ବାସ

ଆଧାର

ବାହାର ତଥ୍ୟ